ଚାହୁଁଚି ମୋ ମନ ପ୍ରିୟ ଯୀଶୁ ନାମେ

Prafullaraita
0
ଚାହୁଁଚି ମୋ ମନ ପ୍ରିୟ ଯୀଶୁ ନାମେ ବିତିଯାଉ ମୋ ଜୀବନ
ମୋ ମୁଖରେ ରହୁ ହଁ ଦିବାରାତି ସେହି ପ୍ରିୟ ନାମ 
୧- ଦିନ ସରିଯାଏ ରାତି ପାହିଯାଏ 
ଆଖି ବୁଜିଦେଲେ ତୁମରି ନାମରେ
ମିଠା ହୋଇଯାଏ ହୃଦୟ ମୋହର 
କାଟେ ମୋ ଜୀବନ ତୁମରି ଆଶାରେ
କଢାଇ ନିଅହେ ପ୍ରଭୁ ତୁମ ପଥେ 
ହେବି ତୁମ ସନ୍ତାନ...
୨-ପଡ଼ିଥିଲି ମୁଁ ଯେ ଜଗତ ଜାଲରେ
ଥିଲା ମୋ ଜୀବନ ମିଛର ସଂସାରେ 
ନିଜ ପ୍ରାଣ ଦେଇ ଧୋଇଲ ମୋ ପାପ ଉଜ୍ଜଳ ହେଲି ମୁଁ ତୁମରି ରକତେ
ତୁମେ ହିଁ ମୋ ଶାନ୍ତି ତୁମେ ହିଁ ମୋ ମୁକ୍ତି ପ୍ରଭୁ ମୋ ଡାକ ଶୁଣ 
Tags

Post a Comment

0Comments
Post a Comment (0)