ପ୍ରଭୁ ତୁମରୀ ଦାନ ...
ଆ.....
୧. ଯେବେ ଯାହା ମୁଁହି
ମାଗିଛି ତୁମକୁ
ଦେଇଅଛ ସବୁକିଛି
ପ୍ରୟୋଜନ ଥାଏ
ଯାହା ମାଗିନାହିଁ
ତାହା ବି ଦେଇଛ ଯାଚି
ରୋଗରେ ଦୁଃଖ ରେ
ବିଷମ ବେଳାରେ
ସଖା ତୁମେ ପରମ
୨.ଦୁଃଖ ବୁଝିବାକୁ
ଲୁହ ପୋଛିବାକୁ
ତୁମ ବିନା କେହି ନାହିଁ
ତେଣୁ ପ୍ରଭୁ ମୋର
ଅନ୍ତରର ବୋଝ
ତୁମଠୁ ଲୁଚାଏ ନାହିଁ
ଏ ଶରୀର ପ୍ରାଣ
ମୋ ଆତ୍ମା ଜୀବନ
ସବୁ ତ ତୁମ ଦାନ