ଠିକ୍ କରିଲୁ ନା ବନ୍ଧୁ ଭୁଲ୍ କରିଲୁ

Prafullaraita
0
ଠିକ୍ କରିଲୁ ନା ବନ୍ଧୁ ଭୁଲ୍ କରିଲୁ
ପ୍ରଭୁ ପାଦେ ମନ ତୋର ଅରପିଥିଲୁ 
ସେହି ପାଦ ଛାଡ଼ି କାହିଁ ଦୂରେଇଗଲୁ
ଠିକ୍ କରିଲୁ ନା ବନ୍ଧୁ ଭୁଲ୍ କରିଲୁ...
। କେଉଁ ଲାଳସାରେ ମନ ବୁଲାଇ ଦେଲୁ
ଯାହା ପାଇଥିଲୁ ସବୁ ହଜେଇ ଦେଲୁ
ଠିକ୍ କରିଲୁ ନା ବନ୍ଧୁ ଭୁଲ୍ କରିଲୁ... ||0||
|୧|| ଦୀନଦୁଃଖୀଙ୍କ ସେବାରେ ଥିଲୁ 
ଲୋଭ ମୋହରେ ମାତିଲୁ ବନ୍ଧୁ +1
ଛଳ କପଟେ ପଦ ପଦବୀ
ସବୁତ ହାତେଇ ନେଲୁ ଧନ +1
ଦାନ ଧର୍ମକର୍ମ ସବୁ ପାଶୋରି ଦେଲୁ
ଧନପାଇଁ ମାନ ତୋର ହରେଇ ଦେଲୁ
ଠିକ୍ କରିଲୁ ନା ବନ୍ଧୁ ଭୁଲ୍ କରିଲୁ...
||୨|| ସରିଗଲେ ତୋ ବଳ ବୟସ
ଭଣ୍ଡାର ହୋଇବ ଖାଲି ବନ୍ଧୁ +1
ଖାଲି ହାତରେ ଆସିଥିଲୁ ତୁ
ଖାଲି ହାତେ ଯିବୁ ଚାଲିଧନ +1
କାହା ଲାଗି ଏତେ ଧନ ଅରଜିଥୁଲୁ
ଅକ୍ଷୟ ଧନକୁ କିବା ତୁଛ ମଣିଲୁ
ଠିକ୍ କରିଲୁ ନା ବନ୍ଧୁ ଭୁଲ୍ କରିଲୁ


Tags

Post a Comment

0Comments
Post a Comment (0)