ଆହେ ମୋର ଯୀଶୁ ସୁନ୍ଦର
ଝରିଗଲା ଝର ଝର କେତେ
ତପତ ରୁଧିର...
୧- ରକତେ ରଞ୍ଜିତ ଶରୀର
ଛୁଟେ ତହୁଁ ପ୍ରେମର ଧାର
ମୋର ପାପ ଧୋଇବା ପାଇଁ
ବହି ଥିଲା ସେ ଧାର ଧାର...
୨- ପ୍ରଭୁ ଯୀଶୁ କ୍ରୁଶ ବିନାରେ
ନୋହୁଁ ମୋର ଦର୍ପ କାହିଁରେ
ଯେତେ ପ୍ରିୟ ଅସାର ପେଡ଼ି
ଥୁଏ ପଦେ ମୁଁ ବାରବାର...
୩- ସହିଲ ହେ କେତେ କଷଣ
ନାହିଁ କାହିଁ ପ୍ରେମ ଏସନ
କରେ ଦାବୀ ତୁମରି ପ୍ରେମ
ଦେହ ଆତ୍ମା ମନ ମୋର...