ସଦା ପାଶେ ଥାନ୍ତି ଯୀଶୁ ରାଜା ମୋର
ଦୁଃଖରେବି, ଝଡ଼ରେବି, ଭୟ ନାହିଁ ମୋହର
୧-ମାଗିବା ଆଗରୁ
ସିଏ ଯାଚି ମୋତେ ଦିଅନ୍ତି
କହିବା ଆଗରୁ
ମନ କଥା ଜାଣନ୍ତି
ଭିଜି ଗଲେ ମୋର ଦୁଃଖେ ଦୁଇ ଆଖି
ଲୁହ ପୋଛି ଦିଅନ୍ତି
୨- ନିରାଶ ଅନ୍ତରେ
ସିଏ ଆଶା ଭରି ଦିଅନ୍ତି
ଝୁଣ୍ଟି ମୁଁ ପଡ଼ିଲେ,
ସିଏ ତୋଳି ମୋତେ ନିଅନ୍ତି
ହଜି ଯାଏ ଯେବେ ପାପ ଦୁନିଆରେ
ଖୋଜି ମୋତେ ନିଅନ୍ତି