ଖ୍ରୀଷ୍ଟେ ଦେହ ପ୍ରାଣ ସମର୍ପିଣ କାଟିବି

Prafullaraita
0
ଖ୍ରୀଷ୍ଟେ ଦେହ ପ୍ରାଣ ସମର୍ପିଣ କାଟିବି ମୁଁ ଦିନ । ଘୋଷା ।

କରିବାକୁ ମୁଁ ଏସନ ସେ କରି ସ୍ୱ ରକ୍ତ ଦାନ

ତଦ୍ଦ୍ୱାରା କିଣି ଅଛନ୍ତି ମୋହର ଏ ଦେହ ପ୍ରାଣ ା ୧ । 

 

ଏଣୁ ଖ୍ରୀଷ୍ଟେ ଦେହ ପ୍ରାଣ ସମର୍ପିଣ ପ୍ରତିଦିନ

ଲୋଡ଼ିବି ତାଙ୍କ ସମ୍ଭ୍ରମ ହୋଇ ଅତି ଯତ୍ନବାନ ା ୨ । 

 

ଖ୍ରୀଷ୍ଟେ ଦେଲେ ଦେହ ପ୍ରାଣ ପାପ କ୍ଷିତି ଶୟତାନ 

କେହି ମୋର କ୍ଷତି କରି ନ ପାରେ ଯାବଜ୍ଜୀବନ ା ୩ । 

 

ଖ୍ରୀଷ୍ଟେ ଦେଲେ ଦେହ ପ୍ରାଣ ଈଶ୍ୱର ହୋଇ ପ୍ରସନ୍ନ 

ସୁଦୟାରେ ସ୍ୱସନ୍ତାନ କରିନେବେ ସ୍ୱର୍ଗସ୍ଥାନ ା ୪ ।

ଏଣୁ କରି ଆରେ ମନ, ଖ୍ରୀଷ୍ଟେ ଦେଇ ଦେହ ପ୍ରାଣ

ଇହ ପର ସୁକଲ୍ୟାଣ ପ୍ରଚୁର ହୁଅ ପ୍ରାପଣ ା ୫ । 

 

ହେ ପ୍ରଭୁ, କର କଲ୍ୟାଣ ଯେହ୍ନେ ମୁହିଁ 

ଦେହ ପ୍ରାଣ ସମର୍ପି ତବ ଚରଣ ସେବିବି ଯାବଜ୍ଜୀବନ   
Tags

Post a Comment

0Comments
Post a Comment (0)