ଗୋଟିଏ ନୁହେଁ ଦୁଇଟି ନୁହେଁ
ଅଠଚାଳିଶ ବରଷ
ବିତିଛି ଆଜି ଦେଉଛି ଯାହା
ଆମରି ଓଠରେ ହସ
ଆ....ଆ.....
ସ୍ମୃତି ରେ ଅଛି ହୃଦୟ ଥରା
ଆବେଗ ଭରା କୋହ
ଅଛି ବି ପୁଣି ପ୍ରେମ ମମତା
ଅଭୁଲା ଯେତେ ସ୍ନେହ
ଆ....ଆ.....
ହଜା ମେଷ ଥିଲୁ ଆମେ
ଥିଲା ଖାଲି ନଈରାଶ
ଆଖି ଆମ ଖୋଜୁଥିଲା
ଆଲୋକ ସାହାରା ପ୍ରେମର ପରଶ
ମହିମା ସେ ମହା ପ୍ରଭୁଙ୍କର
ଯିହୋବା ସେ ପ୍ରେମ କରୁଣାର
ପୋଛିଲେ ଆଖିର ଲୁହ କୁ
ଦୂର କଲେ କ୍ଳେଶ ଓଠେ ଦେଲେ ହସ
ଜୀବନ କରିଲେ ସରସ
ପ୍ରୟୋଜନ ଯାହା ସେ ଯୋଗାନ୍ତି
ଯିହୋବା ଯିରି
ପ୍ରତିଦିନ କଢ଼ାନ୍ତି ସେ ତାଙ୍କ ପଥେ ହାତ ଧରି
ଧନ୍ୟବାଦ ପ୍ରଭୁ ଧନ୍ୟବାଦ
ମହା ଦୟା ପାଇଁ ଧନ୍ୟବାଦ
ହୁଏ ପାଳକ ଯେ ଆମ
ଆମେ ତୁମ ମେଷ ହୋ ...
ରଚନା : ସୌମେନ୍ଦ୍ର ସାହୁ
ସ୍ୱର ସଂଯୋଜନା : ସୁକୁମାର ରାଉତ
ଯିହୋବା ଯିରି ଚିଲ୍ ଡ୍ରେନ୍ସ ହୋମ୍ ( କଟକ)