ଆସିବ ତୋ ଆସିବ
ଦିନେ ଜୀବନ ସୁରୁଜ
ତୋର ଲିଭିବ +1
ଜୀବନ ଦିନେ ଚାଲି ଯିବ
ନିଶ୍ବାସ ତୋର ଛାଡ଼ି ଯିବ +1
କ୍ଷଣିକ ସୁଖ ତୋହର
ସବୁ ସରି ଯିବ...
କ୍ଷଣିକ ସୁଖ ତୋହର
ଦିନେ ସନ୍ଧ୍ୟା ନଇ [0]
[୧] ଏ ଜଗତେ ଦିନ ସବୁ ତୋର
କରିଛନ୍ତି ପୂର୍ବରୁ ସେ ନିରୂପଣ
ଥିବାଯାଏ ଜଗତେ ତୋ ପ୍ରାଣ
ଯୀଶୁଙ୍କ ବାକ୍ୟକୁ
ସଦା କର ପାଳନ ହୋ +1
ଦିନେ ସବୁ ହଜିବ
ତୋର ଚକ୍ଷୁ ବୁଜିବ
[କ୍ଷଣିକ ସ୍ବାର୍ଥ ତୋହର
ସବୁ ମଉଳିବ] +1
ଦିନେ ସନ୍ଧ୍ୟା ନଇ...
[୨] ବୃକ୍ଷ ଯଦି କଟା ଯିବ ବନ୍ଧୁ
ପଲ୍ଲବିତ ହୋଇପାରେ
ଏହା ତ ଜାଣ
କିନ୍ତୁ ଯେବେ ମନୁଷ୍ୟ ମରିବ
ଆଉ କେବେ ଫେରିବ ନି
ଏ କଥା ମାନ ହୋ +1
ଏ କଥା ମାନ +1
ଦିନେ ସବୁ ସରିବ
ଯାହା ତୋହର ଥିବ
ଧୂଳିର ଶରୀର ତୋର
ଧୂଳିରେ ମିଶିବ +1
ଦିନେ ସନ୍ଧ୍ୟା ନଇଁ