ଛୋଟ ଛୋଟ ତାରା

Prafullaraita
0
ଛୋଟ ଛୋଟ ତାରା
ମେଳେ ଗୋଟିଏ ଜହ୍ନ
କୁନି କୁନି ଦେହେ ଆମ
ଛୋଟିଆ ମନ +1
ତୁମ ପଦ ତଳେ ପ୍ରଭୁ
ଏହି ଆମ ନିବେଦନ
ତୁମ ପାଇଁ କର ପ୍ରଭୁ
ଏହି ଆମ ଦେହ ମନ +1
ଛୋଟ ଛୋଟ ତାରା... |!0!|
|୧ !| ଆପଣା ହାତେ ଆମକୁ କେତେ
ଶରଧାରେ ଗଢିଅଛ
ଜଗତ ବୁକେ ଆମକୁ ତୁମେ
ଫୁଲ ସମ ଫୁଟାଇଛ
ଫୁଲଟି ପରି ମହକ ଦେବୁ
ମୁଖେ ନେଇ ତୁମ ନାମ
ଫୁଟାଇ ଦେବୁ ସବୁରି ପ୍ରାଣେ
ପ୍ରଭୁ ତୁମ ମହା ପ୍ରେମ
ଛୋଟ ଛୋଟ ତାରା...
|!୨!| ଛୋଟ ହେଲେ ବି ଆଖି ରେ ଆମ
ଅସରନ୍ତି କେତେସ୍ବପ୍ନ
ତୁମରି ପାଇଁ କରିବୁ କାମ
ନମାନିବୁ ରାତି ଦିନ
ଦୁଖିର ଆମେ କରିବୁ ସେବା
ଲଗାଇବୁ ମନ ପ୍ରାଣ
ସବୁରି ମନ ଛୁଇଁ ତ ଯିବୁ
ଗାଇ ତୁମ ପ୍ରିୟ ନାମ
ଛୋଟ ଛୋଟ ତାରା...

Tags

Post a Comment

0Comments
Post a Comment (0)