ସରଗନନ୍ଦନ ଆସିଛିରେ
ମାତା ମରିୟମ କୋଳେ
ଶୋଇ ଶୋଇ ଖିଲି ଖିଲି ହସୁଛିରେ
ସେ ତ ଆଉ କେହି ନୁହେଁ
ମଶିହ ସେ ମଶିହ ଶିଶୁ ବେଶରେ
ସେତ ବଢ଼େଇ ଘରର ପୁଅ
ତା'ର ଜହ୍ନଠୁ ସୁନ୍ଦର ମୁହଁ
ସେତ ସରଗର ପାରିଜାତ
ତା ' ପରି କେହିତ ନୁହଁ
ପ୍ରେମ ବହି ପାପୀ ମଣିଷରେ
ଆସିଛି ଏହି ଧରାପରେ
ପାପ କ୍ଷମା ନେଇ ସାଥିରେ
ଆସିଛି ଏଇ ଧରାପରେ
ବୋଲ ଜୟ ଯୀଶୁ ଜୟ .....
ଟିକେ ରୁହ ଟିକେ ରୁହ ମୁହଁ ଖୋଲି ଥରେ କୁହ
ଯୀଶୁ ଜୟ ଯୀଶୁ ଜୟ
କାନେ କାନେ କହିଯାଅ
ପ୍ରେମ ବହି ......