ଜୟ ଅଛି ଜଗତରେ
ଆସୁ ଦୁଃଖ କି ଯାତନା
ଯେତେ ଝଞ୍ଜା ବା ତାଡ଼ନା
ସ୍ଥିର ରଖିବେ ମୋତେ
ତାଙ୍କ ଆଶ୍ରାରେ
ନେବେ କଢ଼ାଇ
ସ୍ଥିର ଜଳ ପାଖରେ
କେବେ ମୋର ଜୀବନରେ ଥିଲା ଅନ୍ଧାର
ନଇରାଶ ଭରିଥିଲା ପାପ ସଂସାର
ଥିଲା ଧନ ଥିଲା ମାନ ହୋଇ ଅସାର
ସେ ଜୀବନ କରିଛନ୍ତି ଯୀଶୁ ସୁନ୍ଦର
ମହା ପ୍ରେମରେ ନେଇ ମୋତେ ବାହୁରେ
ଆଜି କଢ଼ାନ୍ତି ମୋତେ ଧର୍ମ ପଥରେ
ଜାଣିଛି ମୁଁ କୁଶ ପଥ ଅଟେ ବନ୍ଧୁର
ମର ଏଇ ଶରୀର ବି ଅଟେ ଭଙ୍ଗୁର
ସେଥି ପାଇଁ କରିଛି ମୁଁ ତାଙ୍କୁ ଭରସା
ବିପଦରେ ଆପଦରେ ସେଇ ମୋ ଆଶା
କିଣିଛନ୍ତି ସେ ଦେଇ ତାଙ୍କ ରକ୍ତରେ
ସ୍ଵର୍ଗ ଯେ ଲକ୍ଷ୍ୟ ମୋର ଏଇ ଧରାରେ – ୨ –
ରଚନା - ପରିତୋଷ ଦାସ୍, ସ୍ବର - ସୁକୁମାର ରାଉତ୍