ଫୁଟିଛିରେ ଦେଖ
ପାପ ପୂର୍ଣ୍ଣ ସରସୀ ରେ
ଅଭିନବ ରୂପେ
ହୋଇଛି ସଜ୍ଜିତ
ନ ମଣ ମାନବ
ସେ ତ ଇଶ୍ଵସୂତ
ତାରା ଟି କହେରେ
ପାଦ ତା ପୂଜରେ
ବିଶ୍ଵ ଜନ ପଥେ ପଥେ
ସେ ତ ଏକ ମାତ୍ର ସାହା
ହେଲେ ଆଜି ନାହିଁ କେହି
କହିବାକୁ ପଦେ ଆହା
ଆସରେ ଆସ ବେଥଲ ଯିବା
ପ୍ରୀତି ଫୁଲ ହାତେ ନେଇ
ଚରଣେ ଦେବା
ବେଥଲ ଗୁହାଳ
ହୋଇଛି ତା ' କୋଳ
ଛିନ୍ନ ହେଲା........ ଛିନ୍ନ ହେଲା..
ଛିନ୍ନ ହେଲା ଛିନ୍ନ ହେଲା
ପାପ ଯବନିକା
ଦୂର ହେଲା ପାପ ଭୟ
କହେ ସେ ତାରକା
ଗାଇ ଯାଅ ଗାଇ ଯାଅ
ଶିଶୁ ଟିର ଜୟ
ବୋଲ ଜୟ ଯୀଶୁ ଜୟ
କାନେ କାନେ କୁହ
ଆସରେ ଆସ ବେଥଲ ଯିବା
ତ୍ରାଣକର୍ତ୍ତା ମଶୀହଙ୍କୁ ପୂଜି ଆସିବା
ସେହି ତ ମହାନ ଭଜ ହେ ତା ନାମ
ରଚନା ଓ ସ୍ଵର ସଂଯୋଜନା :
ସଚିତ୍ର ଦିଗାଲ୍
( ଯେ. ଯେ. ହୋମ୍, କଟକ)