ଧନ୍ୟ ହେଉ ଏହି ଜୀବନ
ହୃଦୟେ ପ୍ରଭୁ ଦିଅ ତୁମ ନାମ
କରୁଥିବି ତୁମ ସ୍ତୁତି ଗାନ
ଆହେ ପ୍ରଭୁ ମହାମହିମ
ଧନ୍ୟ ହେଉ ତୁମ ନାମ
ଆସିଥିଲ ତୁମେ ଏହି ମାନବର ପାଇଁ
ପାପରୁ ଉଦ୍ଧାର ନେଇ
କରିଥିଲା କବଳିତ ଏହି ପାପର ଜଗତ
ମୁକ୍ତ କଲ ପ୍ରଭୁ ଦେଇ ନିଜ ରକତ
ଆହେ ପ୍ରଭୁ ମହାମହିମ
ଧନ୍ୟ ହେଉ ତୁମ ନାମ
କରିଥିଲୁ ଗମନ ଏହି ମାୟା ସଂସାରରେ
ଇଶ୍ଵର ହୋଇ ନର ସାଜିଲ ଏହି ଧରାରେ
ହଜିଥିଲୁ ଆମେ ଜଗତର ଅନ୍ଧକାରେ
ମୁକ୍ତ କଲ ପ୍ରଭୁ ତୁମ ବାକ୍ୟରେ
ଆହେ ପ୍ରଭୁ ମହାମହିମ
ଧନ୍ୟ ହେଉ ତୁମ ନାମ
ରଚନା ଓ ସ୍ୱର ସଂଯୋଜନା : ବୟାଜ୍