ବୁଝିଯାରେ ଅବୁଝା ମନ
ଅତି ଅଳ୍ପ ଅଟେ ସମୟର ମାନ
କ୍ରୁଶ ପାଶେ ନିଅ ଶରଣ
ଫେରିଆ...ଫେରିଆ...ଫେରିଆ
ବନ୍ଧୁ ମୋର
୧-ମୋହମାୟାର ଏ ଅନିତ୍ୟ ସଂସାର, ହୋଇଯିବ ଦିନେ ନାରଖାର
ଧନଜନ ମାନ କ୍ଷଣ ଭଙ୍ଗୁର
ସାହା ନୋହିବେ କେହି ତୋର
ନିଃସହାୟ ହୋଇ ମରିବୁ କାହିଁରେ
ତାଙ୍କ ଧାମେ ନାହିଁ ମରଣ
ଫେରିଆ...ଫେରିଆ...ଫେରିଆ
ବନ୍ଧୁ ମୋର
୨-ଏଜଗତ ଅଟେ ସବୁ ଅସାର,
ଯୀଶୁଖ୍ରୀଷ୍ଟ ଅଟନ୍ତି ଯେ ସାର
ପାପ କ୍ଷମି ଯିବ ଜୀବନେ ତୋହର
କରିଲେ ତୁ ଯୀଶୁଙ୍କୁ ନିଜର
ଚାହିଁଛନ୍ତି ପ୍ରଭୁ ତୋ ଫେରିବା ପଥ +1
କରିବାକୁ ତୋତେ ଗ୍ରହଣ
ଫେରିଆ...ଫେରିଆ...ଫେରିଆ
ବନ୍ଧୁ ମୋର +1