ପାପୀ ତୋ ପାପ ପାଇଁ
ଯୀଶୁଙ୍କର ସେ ରୁଧୂର,
ପ୍ରେମ ହିଁ ପ୍ରେମ ନେଇ !!0!!
!!୧!! ତୋ ପାପ ପାଇଁ ଝରୁଛି ଦେଖ
ଅଧୀରେ କ୍ଷମା ଧାର
ଅଧରେ ଅଛି ପ୍ରାର୍ଥନା ସୁର,
ହେ ପିତଃ, କ୍ଷମା କର
ଝରୁଅଛି ସେ ରୁଧିର,
ସାନ୍ତ୍ୱନା, କ୍ଷମା ନେଇ
!!୨!! ବୁଝିଛୁ କେବେ ସେ ମହାପ୍ରେମ
କ୍ଷମାର ସେଇ ଭାଷା
ତୋହରି ମୁକ୍ତି କାରଣେ ତାଙ୍କ
କ୍ରୁଶୀୟ ଅଭିଳାଷା
ଫେରିଆ ତୁ ତାଙ୍କ ପାଦେ,
ଜୀବନର ଭାର ନେଇ