ତୁମେ ଆଧାର ସର୍ବ ସୃଷ୍ଟିର (0)
(1) ମୋର ସବୁ ଗତି ତୁମେ ଦେଖୁଛ
ପରିଚୟ ମୋ ମନର ନେଇଛ
ହୃଦୟର ଚିନ୍ତା ସବୁ ଜାଣିଛ
ଅନ୍ତର୍ଯ୍ୟାମି ପ୍ରଭୁ ମୋ ଜୀବନର
(2) ଅଙ୍ଗ ପ୍ରତ୍ୟଙ୍ଗ ପ୍ରେମରେ ଗଢିଛ
ମାତା ଉଦରରେ ଯନ୍ତ୍ରରେ ଖଞ୍ଜିଛ
ତୁମ ଅପୂର୍ବ ପ୍ରେମ ପ୍ରକାଶିତ
ତୁମ ସକଳ କାର୍ଯ୍ୟ ଚମତ୍କାର
(3) କେଉଁଠାକୁ ଯିବି ତୁମ ଆତ୍ମା ଠାରୁ
କେଉଁଠାକୁ ଯିବି ତୁମ ସାକ୍ଷାତରୁ
ତୁମ ଗୌରବ ହୁଏ ବିରାଜିତ
ପରାକ୍ରମି ପ୍ରଭୁ ଏ ଜଗତର