ନୀଳ ଆକାଶ ରେ ଉଜ୍ଜଳ ତାରକା ସଂକେତ ଦିଏ ଥରେ

Prafullaraita
0
ଦେଖରେ...ନୀଳ ଆକାଶ ରେ ଉଜ୍ଜଳ ତାରକା
     ସଂକେତ ଦିଏ ଥରେ...

ନୀଳ ଆକାଶ ରେ ଉଜ୍ଜଳ ତାରକା
     ସଂକେତ ଦିଏ ଥରେ
ଶୁଭ ସମାଚାର ଆଜି ଆଣିଛିରେ
   କୁଆଁ କୁଆଁ ରବ ଶୁଣିଯାଅ ଥରେ
ମାତା ମରିୟମ କୋଳେ
       ବେଥଲ ଗୁହାଳ ଘରେ

ପ୍ରେମିକ ଈଶ୍ୱର ଧରି ଦେହ ନର
      ଆସିଛି ଏ ମରତରେ
ସରଗର ପ୍ରେମ ଭରେ
କଳୁଷ ତିମିରେ ମୁକତି ସୂରୁଜ
   ଦେଖ ଆଜି ଉଇଁଛିରେ
ଅନ୍ଧାର ଯାଇଛି ଦୂରେ
ନାହିଁ ଆଉ ପାପ ଭୟ ଏ ଜଗତେ
    ଦେଖରେ ତ୍ରାଣ କରତା ଏ ମରତେ
ଜାଗରେ ଜାଗ ଆଜି ପାପୀ ନରେ

ଚାଲ ଚାଲ ବେଗେ ଯିବା ଆମେ ବେଥଲିହିମେ
   ପୂଜିବା ତାଙ୍କ ଚରଣେ ଏ ମନେ ସଂକୀର୍ତନେ
ଗାଅରେ ଗାଅ ଆଜି ଆନନ୍ଦରେ
   ବୋଲ ଜୟ ଯୀଶୁ ଜୟ......

👉ରଚନା ଓ ସ୍ୱର ସଂଯୋଜନା
     👉Bro. କଲ୍ୟାଣ ରଇତ
👉ଯେ.ଯେ. ହୋମ ,କଟକ
Tags

Post a Comment

0Comments
Post a Comment (0)