ଦେଖ ଦେଖ ଆସୁଅଛନ୍ତି

Prafullaraita
0
ଦେଖ ଦେଖ ଆସୁଅଛନ୍ତି 
ଗୌରବେ ଯୀଶୁ ରାଜା
ଆଖିର ପଲକେ ଉଠିବେ 
ଯେତେ ତାଙ୍କ ସାଧୁ ପ୍ରଜା,
ଏ ମର ଶରୀର ହେବ ରୂପାନ୍ତର
ଅକ୍ଷୟ ଅମର ହୋଇବା...
୧-ଗାଇଯିବା ତାଙ୍କ ପ୍ରଶଂସା ଗୀତ
ଦୂତଗଣ ସାଥେ ହୋଇ ମିଳିତ ... ହୋଶାନ୍ନା...ହୋଶାନ୍ନା
ଆସ ଯିବା ସେ ମହା ଭୋଜେ
ହୋଇ ନିମନ୍ତ୍ରିତ ଆସିଛୁ ଯେତେ
ଆନନ୍ଦ ଉଲ୍ଲାସେ ଯିବା ଯୀଶୁ ପାଶେ
ସ୍ଵର୍ଗୀୟ ସଙ୍ଗୀତ ଗାଇବା...
୨- ଏହି ଦେଖ ଦିଶେ ସ୍ଵର୍ଗଦ୍ଵାର
ନାହିଁ ଆଉ ଭୟ ମରଣ ଡ଼ର... ହୋଶାନ୍ନା... ହୋଶାନ୍ନା
ସ୍ଵର୍ଗଦୂତ ହସ୍ତ ପ୍ରସାରି
ନେଇଯିବେ ରାଜା ସ୍ଵାଗତ କରି
କହିବେ ସେ ତୋତେ ରହିବ ନିରତେ
ସଦା ମୋର ସାଥେ ସ୍ଵର୍ଗଧାମେ
Tags

Post a Comment

0Comments
Post a Comment (0)