ବାଟୋଇ... କାହିଁ ତୁ ଯାଉଛୁ ଧାଇଁ...

Prafullaraita
0
ବାଟୋଇ... କାହିଁ ତୁ ଯାଉଛୁ ଧାଇଁ...
କି ସୁଖ ପାଇବା ପାଇଁ 
ଯାହା ତୁ ବୁଣିଛୁ ତାହା ହିଁ କାଟିବୁ
ଭିନ୍ନ ତ ପାଇବୁ ନାହିଁ ହୋ... 
ଏହି ପରା ଦୁନିଆ ସବୁ ଅଟେ ମିଛମାୟା
କାହାଠାରେ ଭରସା ନାହିଁ 
ବାଟୋଇ... 
୧- ଶୁଣିଛୁ କେବେ ସେ ଦୁଃଖ କାହାଣୀ
କାଲବରୀ କ୍ରୁଶ କଥା
ତୋର ପାପ ଭାର ବୋହି ନେଇ ଯୀଶୁ
ଚଢିଥିଲେ ଗଲଗାଥା ହୁଁ...
ଯୀଶୁ ହିଁ ଅଟନ୍ତି ଦୟାର ସାଗର
ପାପ ଜଗତରୁ କରିବେ ଉଦ୍ଧାର
ତାଙ୍କ ବିନା ମୂକତି ନାହିଁ
ଏହି ପରା ଦୁନିଆ ସବୁ ଅଟେ ମିଛମାୟା
କାହାଠାରେ ଭରସା ନାହିଁ 
ବାଟୋଇ...
୨-ଚିହ୍ନି ପାରିଲୁନି ଯୀଶୁଙ୍କ ପ୍ରେମକୁ
ମାତିଲୁ ମାୟା ଜଗତେ
ଶାନ୍ତି ପାଇବାକୁ ଦୁନିଆ ବୁଲିଲୁ
କିଏ ଦେବ ଶାନ୍ତି ତୋତେ ହୁଁ +1
ଛାଡ଼ିଦେ ଭରସା ଛାର ଦୁନିଆକୁ
ଯୀଶୁଙ୍କ ଚରଣେ ସମର୍ପି ନିଜକୁ
ପାଇବୁ ଆନନ୍ଦ ତୁହି...
ଏହି ପରା ଦୁନିଆ ସବୁ ଅଟେ ମିଛମାୟା
କାହାଠାରେ ଭରସା ନାହିଁ +1
ବାଟୋଇ...
Tags

Post a Comment

0Comments
Post a Comment (0)