ଯୀଶୁ ଜନମର ବାରତା ଆସେ...
ଦେଖରେ...ଦେଖରେ, ଦେଖରେ
ଆକାଶେ ଉଁଇଛି ତାରା
ଯୀଶୁଙ୍କ ଦିଏ ସେ ବାରତା...
ଗାଇବା, ଗାଇବା,
ଗାଇବା ଝୁମ୍ ତାନା ନା ନା
ଗାଇବା ଝୁମ୍ ତାନା ନା ନା
ଗୁହାଳ କୁଣ୍ଡରେ ମରିୟମ୍ କୋଳରେ
ଶୋଇଛି ରାଜାଙ୍କର ରାଜା...
ଗାଇବା, ଗାଇବା,
ଗାଇବା ଝୁମ୍ ତାନା ନା ନା
ଗାଇବା ଝୁମ୍ ତାନା ନା ନା
୧- ରାଜାମାନଙ୍କର ରାଜା ଯୀଶୁ ରାଜନ
ମଣିଷରୂପରେ ପ୍ରଭୁ ନେଲେ ଜନମ
ଧୂକୁ ଧୂକୁ ଆଲୁଅରେ କେଡ଼େ ସୁନ୍ଦର
ଆଶିଷ ଯେ ଦିଏ କୁନି ହାତ ତାଙ୍କର ହାଁ
ଗୁହାଳ କୁଣ୍ଡରେ ମରିୟମ୍ କୋଳରେ
ଶୋଇଛି ରାଜାଙ୍କର ରାଜା
ଗାଇବା, ଗାଇବା,
ଗାଇବା ଝୁମ୍ ତାନା ନା ନା
ଗାଇବା ଝୁମ୍ ତାନା ନା ନା] +1
୨- ପ୍ରଭୁମାନଙ୍କର ପ୍ରଭୁ ଯୀଶୁ ଆମର
ଜଗତେ ହସୁଛି ଆଜି ଦୟାସାଗର
ଏହି ଆନନ୍ଦରେ ଆଜି ହେବା ସରଧା
ଜନମିଳେ ପ୍ରଭୁ ରାଜା ତ୍ରାଣ କରତା ହାଁ
ଗୁହାଳ କୁଣ୍ଡରେ ମରିୟମ୍ କୋଳରେ
ଅଛନ୍ତି ରାଜାଙ୍କର ରାଜା
ଗାଇବା, ଗାଇବା,
ଗାଇବା ଝୁମ୍ ତାନା ନା ନା
ଗାଇବା ଝୁମ୍ ତାନା ନା ନା
ଦେଖରେ...ଦେଖରେ ଦେଖରେ ଆକାଶେ ଉଁଇଛି...