ଆଜି ଅଛି କାଲି ନାହିଁ
ତଥାପି କାହିଁ କି ଭରିଅଛୁ ମନ
ଗର୍ବ ଦମ୍ଭ ମାନ ତହିଁ
୧. ଏଇ ଧରା ବୁକେ ଅତିଥ୍ ଯେ ତୁହି
ଚାରିଦିନ ତୋର ଖେଳ
ଯଉବନ ତହିଁ ପାଣିର ଫୋଟକା
ରହେ ନାହିଁ ବେଶି ବେଳ
ଦର୍ପ ତାହାର ରୂପରେ କରୁଛୁ
ଅସାରତା ଭରା ଯହିଁ
୨. ସାଗର ବେଳାର ବାଲି ଗାର ଲିଭେ
ଜୁଆର ଆସିଲେ ଥରେ
ମଣିଷ ଜୀବନ ଯଶ ଗାରିମା ବି
ଲିଭେ କାଳ ସୁଅ ଧାରେ
ରହେ ଖାଲି ଯଦି ସତ୍ୟ
ସାଥେ ନେଇ ଯିବା ପାଇଁ