ମଙ୍ଗଳ କାମନା ଆଜି
ଶୁଭ ବିଦାୟର ପବିତ୍ର ଲଗନ
ଅଶ୍ରୁ ପଡ଼ଇ ଝରି
୧- ତୁମେ ଥିଲ ଆମ ଗୁରୁଜନ ସମ
ତୁମେ ହେଲ ଆମ ସ୍ମୃତି
ଦେଇଥିଲ ଯେଉଁ ଆଦର୍ଶ ର ଶିକ୍ଷା
ସ୍ମରଣ କରୁଛୁ ଆଜି
ମନରେ ଭାବିଲେ ସେହିସବୁ କଥା
ହୃଦୟ ହେଉଛି ବ୍ୟଥା
୨- ବିଦାୟ ଦିନରେ ହାତ ଯୋଡ଼ି ଆମେ
ମାଗୁଛୁ ଆଜି ଏ ବର
ଦେଇଥାଉ ଯଦି ଦୁଃଖ କଷ୍ଟ ଆମେ
କ୍ଷମା କରିଦିଅ ଆଜି
ସାହା ହେବେ ପ୍ରଭୁ ସଭିଙ୍କ ଜୀବନେ
ଆଜି ଏ ଶୁଭ ଲଗନେ