ଫେରି ଆସ ବନ୍ଧୁ ମୋର

Prafullaraita
0
ଫେରି ଆସ ବନ୍ଧୁ ମୋର
ଯୀଶୁଙ୍କ ଚରଣ
କରିବେ ସେହି ପ୍ରଭୁ ମଙ୍ଗଳ
ଈଶ୍ବର ନନ୍ଦନ ମୋହର ପରାଣ
ଗଳାର ରତନ ମୋ ଜୀବ ଜୀବନ
ସେ ଯେ ଆମ ପରିତ୍ରାଣ
ଫେରି ଆସ ବନ୍ଧୁ ମୋର
ଯୀଶୁଙ୍କ ଚରଣ [0]
[୧] ସମୟ ଅଛି ବୋଲି ବିଳମ୍ବ କରୁଛ
ଜାଣି ଥାଅ ଏହା ତୁମେ ବିନାଶ ହେଉଛ
ଜଗତର ଧନେ ଆଜି ଲାଗିଛି ତୋ ମନ
ଜାଣ ଯେ ଜଗତରେ ଯୀଶୁ ହିଁ ତ ଧନ
ହା...ହା... ହାଲୁଲୁୟା +1
ସେହି ଆରମ୍ଭ ସେ ହିଁ ଶେଷ
ସେହି ପଥ, ସତ୍ୟ ଜୀବନ
ସେ ଯେ ଆମ ଯୀଶୁ ଧନ
ଫେରି ଆସ ବନ୍ଧୁ ମୋର ଯୀଶୁଙ୍କ ଚରଣ...
[୨] କେତେ କାଳ ଥିବ ଆଉ
ଛନ୍ଦ ଏ ଜୀବନେ
ଜଗତର ଅଭିଳାଷ ରହିଛି ମନେ
ସୁଯୋଗର ବ୍ୟବହାରେ ନାହିଁ ମୋର ଧ୍ୟାନ
ପ୍ରଭୁ ହେ ତୁମଠାରେ ଥାଉ ମୋର ମନ
ହା...ହା... ହାଲୁଲୁୟା +1
ଜଗତେ ଯୀଶୁ ନାହିଁ ତୁମ ସମାନ
ପାପ ମୋର କଲ ମୋଚନ
ଗାଇବି ତୁମ ଗୁଣ ଗାନ
ଫେରି ଆସ ବନ୍ଧୁ ମୋର
ଯୀଶୁଙ୍କ ଚରଣ
Tags

Post a Comment

0Comments
Post a Comment (0)